N Aa
Add to Library  

ସତୁରୀ ଦଶକରେ ଆମ ଏଇ ଓଡ଼ିଶାରେ ନାରୀର ଜୀବନ ଥିଲା ନିତାନ୍ତ ଦୟନୀୟ । ନା ଥିଲା ତା’ର ନିଜସ୍ଵ ସ୍ଵପ୍ନ, ଅଭିଳାଷ ନା କୌଣସି ଅଧିକାର । ବାଲ୍ୟ ବିବାହ ଭଳି ତତ୍କାଳୀନ ସମାଜରେ କୁତ୍ସିତ ପ୍ରଥା ନାରୀର ଜୀବନକୁ କରିଥିଲା ଆହୁରି ଦୁର୍ବିଷହ । ଆଉ ଏଇ ସାମାଜିକ ପ୍ରେକ୍ଷାପଟ୍ଟରେ ଯଦି ଜଣେ କୁଳୀନ ବ୍ରାହ୍ମଣ ଘରର ଝିଅ ଧୋବା ଘର ପୁଅଟିଏର ହାତ ଧରି ଚାଲିଯାଏ, ତେବେ ସେ ଝିଅ କେବଳ ନୀତି ଭ୍ରଷ୍ଟ ହୁଏ ନାହିଁ, ବରଂ ଜଣେ ସାମାଜିକ ଅପରାଧୀ ହୋଇଥିବାରୁ ସାରା ଜୀବନ ଲୁହର ନଈରେ ଗାଧେଇ ପ୍ରାୟଶ୍ଚିତ କରିବାକୁ ପଡ଼େ । ହେଲେ ରକ୍ତର ସମ୍ପର୍କ କ’ଣ ଫାଙ୍କି ଦେଇ ହୁଏ ? ସବୁ ନିଷେଧ ବାରଣ ତାଡ଼ନା ଯାତନାକୁ ଅତିକ୍ରମ କରି ଭାଇ ଆସି ଠିଆ ହେଇଯାଏ ଭଉଣୀ ଦୂଆରେ । ଏହିଭଳି ଏକ ତତ୍କାଳୀନ ସାମାଜିକ ରୂପଚିତ୍ରକୁ ନେଇ ପ୍ରସିଦ୍ଧ କଥାକାର ଗୋଦାବରୀଶ ମହାପାତ୍ରଙ୍କର ଏକ ସୁନ୍ଦର ସୃଷ୍ଟି – ଗଳ୍ପ “ନୀଳ ମାଷ୍ଟ୍ରାଣୀ” । ସତରେ, ନାରୀର ସ୍ଵପ୍ନ, ଅଭିଳାଷ, ପ୍ରେମ ଓ ଆବେଗକୁ ନେଇ ଏହା ଏକ ଯୁଗାନ୍ତକାରୀ ସୃଷ୍ଟି ।

ଆସନ୍ତୁ ଶୁଣିବା ଗୋଦାବରୀଶ ମହାପାତ୍ରଙ୍କର ଏହି ଗଳ୍ପ “ନୀଳ ମାଷ୍ଟ୍ରାଣୀ” ।

Comments

Rating*

Your email address will not be published. Required fields are marked *