ମଣିଷ ଭିତରେ ପଶୁ, ତା’ର ପାଶବିକ ଉଦ୍ଦୀପନା ଓ ତା’ର କୁତ୍ସିତ ହିଂସ୍ର ଲାଳସା କାଳେ କାଳେ ଥରେଇ ଦେଇଛି ନିରୀହ, ସରଳ, ନିଷ୍ପାପ ହୃଦୟମାନଙ୍କୁ । ପ୍ରକୃତି କୋଳରେ ସକଳ ଶାଶ୍ଵତ ବିଭବ ଭିତରେ ଜୀବନ ଅତିବାହିତ କରୁଥିବା ସରଳ ମଣିଷଟେ ପାଇଁ ପ୍ରକୃତିର ନିୟମ ହିଁ ଶେଷ କଥା । ତା’ ପାଇଁ ପଶୁଟିଏ ହିଂସ୍ର ହେବା ଯାହା ମଣିଷଟିଏ ବି ହିଂସ୍ର ହେବା ସେଇଆ । ଗୋଟେ ହିଂସ୍ର ପଶୁକୁ ଶିକାର କଲେ ଯଦି ସରକାରଙ୍କ ଘରୁ ବକ୍ସିସ୍ ମିଳେ, ତେବେ ଗୋଟେ ହିଂସ୍ର ମଣିଷକୁ ଶିକାର କଲେ ବକ୍ସିସ୍ ନ ମିଳିବ ବା କାହିଁକି ??? ସରଳ ଜଙ୍ଗଲୀ ଆଦିବାସୀ ଘିନୁଆ ବକ୍ସିସ୍ କେତେ ଆଉ କେବେ ମିଳିବ ବୋଲି ଦିନ ଗଣୁଥିବା ବେଳେ ହଠାତ୍ ତା’ ବେକରେ କ’ଣ ଗୋଟେ ବାଜେ । ଗୋଟେ ବାଜେ ମାନେ ମଣିଷ ମାରିଥିବା ଅପରାଧରେ ଘିନୁଆକୁ ଶୂଳିରେ ଚଢେଇ ଦିଆଯାଏ । ଶିକାରୀକୁ ଶିକାର ପାଇଁ ଏଇଟା କ’ଣ ଉପଯୁକ୍ତ ପୁରସ୍କାର ? ଗଳ୍ପ – ଶିକାରୀ । ଭଗବତୀଚରଣ ପାଣିଗ୍ରାହୀଙ୍କର ସୃଷ୍ଟି ସମ୍ଭାରର ଏକ ଅନନ୍ୟ ସୃଷ୍ଟି । ଆସନ୍ତୁ ଶୁଣିବା….
