“କବି ଓ କବିତା”କୁ ନେଇ ଆରମ୍ଭ ହୋଇଥିବା reciteworldର ସାହିତ୍ୟଯାତ୍ରା ବର୍ତ୍ତମାନ ଆସି ପହଞ୍ଚିଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିକଟରେ, ତାଙ୍କ ପବିତ୍ର ଜନ୍ମତିଥି, ଅକ୍ଟୋବର ୯ ରେ। ସେବାଠୁଁ ନେଇ ସାହିତ୍ୟ ଓ ସାହିତ୍ୟଠୁଁ ନେଇ ସଂଗ୍ରାମୀର ଜୀବନଯାତ୍ରା; ସବୁଥିରେ ଗୋପବନ୍ଧୁ କାଳ କାଳ ପାଇଁ ପ୍ରତ୍ୟେକଟି ଓଡ଼ିଆ ଲାଗି ସାଜିଛନ୍ତି ପ୍ରେରଣା। ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଏଇ ଓଡ଼ିଶା ଭୂଇଁ ବହୁ ଯୋଗଜନ୍ମାଙ୍କୁ ତା କୋଳରେ ଖେଳାଇଛି ସତ, ହେଲେ ଦ୍ଵିତୀୟ ଗୋପବନ୍ଧୁଟିଏ ଆଉ ପାଇପାରିନାହିଁ। ଆସନ୍ତା ଅକ୍ଟୋବର ୯, ୨୦୨୧ ଠାରୁ reciteworld ଆପଣଙ୍କ ଲାଗି ନେଇକରି ଆସୁଛି ଉତ୍କଳମଣିଙ୍କର ଜୀବନର କିଛି ବଛା ବଛା ସାରସ୍ଵତ ସୃଷ୍ଟି। ଆସନ୍ତୁ, ଏହି ମହାର୍ଘ ଯାତ୍ରା ଲାଗି ହାତରେ ହାତ ମିଶାଇବା, ପାଦରେ ପାଦ ମିଶାଇବା, ଆଉ reciteworld ସହ ଯୋଡ଼ି ହୋଇ ଏହି ଛୋଟିଆ ପ୍ରୟାସକୁ ବିଶାଳ ଭାଷା ଆନ୍ଦୋଳନର ଏକ ନିଆରା ରୂପ ଦେବା।
