N Aa
Add to Library  

ଊନବିଂଶ ଶତକର ଶେଷଭାଗ ବେଳକୁ ଭାରତରେ ଯେଉଁ ବାବା ସଂସ୍କୃତି ଗଢ଼ି ଉଠିଥିଲା ଏବଂ ଧର୍ମ ନାମରେ ଭଣ୍ଡାମି ତଥା ବୀଭତ୍ସତା ସାମାଜିକ ଜୀବନକୁ ବିପର୍ଯ୍ୟୟ କରି ଦେଇଥିଲା, ତାର ଏକ ବାସ୍ତବ ଆଲେଖ୍ୟ ‘ଧୂଳିଆ ବାବା’ ଗଳ୍ପ । ଭଣ୍ଡ ସନ୍ୟାସୀମାନେ ପ୍ରତାରଣା ପୂର୍ବକ ସରଳବିଶ୍ୱାସୀ ଲୋକମାନଙ୍କୁ ପ୍ରତାରିତ କରି ଅର୍ଥଶୋଷଣ କରୁଥିଲେ, ଫକୀରମୋହନ ଦଶପଲ୍ଲାରେ ଥିବା ସମୟରେ ସେହିପରି ଏକ ଘଟଣା ଶୁଣିଥିଲେ । ଧୂଳିଆ ବାବା ଗଳ୍ପ ରଚନା ପଛରେ ସେହି କାହାଣୀଟି ସକ୍ରିୟ ରହିଛି । ଏହି ପରମ୍ପରା ମରହଟ୍ଟା ଶାସନ ସମୟରୁ ଔପନିବେଶିକ ଶାସନ ପର୍ଯ୍ୟନ୍ତ ପ୍ରଲମ୍ବିତ ରହିଥିଲା । ଗଳ୍ପନାୟକ ବାନ୍ଦର ଦାସ ତାଙ୍କ ଶରୀରର ବିଶାଳତା ଯୋଗୁଁ ପଲଙ୍କ ପରିବର୍ତ୍ତେ ଧୂଳିରେ ଗଡ଼ୁଥିବାରୁ ଧୂଳିଆ ବାବା ରୂପେ ଲୋକମୁଖରେ ପରିଚିତ ଥିଲେ । ଲୋକମାନଙ୍କ ମାଲିମକଦ୍ଦମାରେ ଉଭୟ ତରଫରୁ ଫାଇଦା ଉଠାଉଥିଲେ ଲୋକମାନଙ୍କ ବିଶ୍ୱାସ କାରଣରୁ, ରାମ ସାହୁ ଓ ଶ୍ୟାମ ସାହୁ ଦୁଇ ମହାଜନଙ୍କ ମଧ୍ୟରେ ମକଦ୍ଦମା ହେଲା ଏବଂ ଶ୍ୟାମ ମହନ୍ତ ପାଖକୁ ନ ଆସିବାରୁ ତାଙ୍କର ଚେଲାମାନେ ବାବାଙ୍କ ସମ୍ପର୍କରେ ଅଲୌକିକ କାହାଣୀ ପ୍ରଚାର କଲେ । ବାବା ଉପରେ ଅଗ୍ନିଜାଳି ମାଟି ଭିତରେ ଲୁଚାଇ ରଖିଥିବା ବ୍ୟକ୍ତି କିଛି ନ କହିବାରୁ ବାବା ଯେଉଁ ପଦକ୍ଷେପ ନେଇ ଚରମ ଶାସ୍ତି ଭୋଗ କରିଥିଲେ, ସେ ସମ୍ବନ୍ଧରେ ରୋଚକ ବିବରଣୀଟିଏ ଶୁଣନ୍ତୁ ଫକୀରମୋହନଙ୍କ ଏହି ହାସ୍ୟରସାତ୍ମକ ଗଳ୍ପ ‘ଧୂଳିଆ ବାବା’ରେ ।

Comments

Rating*

Your email address will not be published. Required fields are marked *