N Aa
Add to Library  

ସେବେ ହେଉ କି ଏବେ, ପିଲାଦିନେ ଗଳା ଖଙ୍କାରି ବାଘ ବେଶରେ ଡରଉଥିବା ବାପାଙ୍କ ଶବ୍ଦ ଯୌବନରେ ଲଟା କାଶର ଶବ୍ଦ ହେଇଗଲା ପରେ ସନ୍ତାନର କାନକୁ ଏହା ଅତ୍ୟନ୍ତ କର୍କଶ ଓ ବିରକ୍ତିକର ମନେ ହୁଏ । ନିଜର ପଦ ମର‌୍ୟ୍ୟାଦା, ପ୍ରତିଷ୍ଠା ଓ ସାମାଜିକ ପ୍ରତିପତ୍ତି ସହିତ ବାପାଙ୍କ ବେଶ ଭୂଷା, ଚାଲି ଚଳଣ ତାଳ ନ ମିଳେଇ ପାରିଲେ ହଠାତ୍ ବାପା କେମିତି ଗୋଟେ ଅସହ୍ୟ ଓ ଅଦରକାରୀ ମନେ ହୁଅନ୍ତି । ସନ୍ତାନକୁ ମଣିଷ କରିବା, ତା’ର ଭବିଷ୍ୟତ ପାଇଁ ଆଣ୍ଠୁ ଗଣ୍ଠି ଛିଡେଇ ଲହୁ ଲୁହାଣ ହବା ପର‌୍ୟ୍ୟନ୍ତ ସଂଗ୍ରାମ କରିବା – ଏ ସବୁକିଛି ଇତିହାସ ହେଇଯାଏ ଯେତେବେଳେ ସନ୍ତାନ ଆଗରେ ଗୋଟେ ବସ୍ତୁବାଦୀ ଭବିଷ୍ୟତ ଦୁନିଆର ଚିତ୍ର ଝଲମଲ କରି ଉଠେ । ବାପା ହରି ସିଂ ଙ୍କୁ କିଆ ବୁଦା କଡରେ ପଡି ବାର୍ଦ୍ଧକ୍ୟର ପରାଭବ ଭୋଗିବାକୁ ପଡେ ପୁଅ ଗୋପାଳ ସିଂ ର ସଭ୍ୟ ଶିକ୍ଷିତ ସମାଜକୁ ଚମକେଇବା ପାଇଁ ।
ଏହି କାହାଣୀଟି ବହୁ ପରିଚିତ ଓ ପ୍ରସିଦ୍ଧ ହୋଇଥିଲେ ହେଁ ଏହାକୁ ନୂଆ ଢଙ୍ଗରେ ପରଶି ଦେବାକୁ ଆମର ଏକ ନିଆରା ପ୍ରୟାସ । ଆସନ୍ତୁ ଶୁଣିବା ବ୍ୟାସକବି ଫକୀରମୋହନ ସେନାପତିଙ୍କର ଏହି କ୍ଷୁଦ୍ର ଗଳ୍ପ “ଡାକ ମୁନସୀ” ।

Comments

Rating*

Your email address will not be published. Required fields are marked *