N Aa
Add to Library  

ସଂସାରରେ ପ୍ରେମ ହିଁ ଶ୍ରେଷ୍ଠନିଧି । ପ୍ରେମ ପରିପ୍ଲୁତଜୀବନ ମଣିଷକୁ ପରିଣତ କରେ ମାଧବରେ । ପୃଥିବୀର ପ୍ରତ୍ୟେକ ଜୀବ ପ୍ରେମଡୋରିରେ ବନ୍ଧା ।ସେହି ଡୋରିରେ ବନ୍ଧା ଥିଲେ ଶଙ୍ଖାରିବୁଢ଼ାଏବଂ ସଦ୍ୟ ବିବାହିତା ବୋହୂ ସାଆନ୍ତାଣୀ । ଶଙ୍ଖାରି ବୁଢ଼ା ବୋହୂ ନିକଟରେ ପ୍ରେମରେ ଯେମିତି ପୁଅ ପାଲଟିଗଲା । ଶଙ୍ଖା ପସରାମେଲି ଦେଲା ବୋହୂ ସାମ୍ନାରେ । ବୋହୂ ସାଆନ୍ତାଣି ଇଚ୍ଛା ଆସମାନତାରା ଶଙ୍ଖା । ବିଚରା ଶ୍ରଦ୍ଧାରେ ବନ୍ଧା ପଡ଼ିପଡିଥିବା ଶଙ୍ଖାରି ନିକଟରେ ସେ ଶଙ୍ଖା କାହିଁ ? କିନ୍ତୁ ପୁଅ ହେଇଯାଇଥିବା ମା’ର ଅଭିଳାଷକୁ ଅପୂରଣ ରଖିବ କିପରି ? ସେଦିନ ବୋହୂର କୋମଳ ହାତରେ ଶଙ୍ଖା ପିନ୍ଧାଇବା ବେଳେ ତା’ର ଇଚ୍ଛା ହେଉଥିଲା, ସବୁଦିନେ ଏଇ ହାତରେ ଶଙ୍ଖା ପିନ୍ଧାନ୍ତାକି ? ସେଦିନ ଯେତେ କହିବାସତ୍ତ୍ୱେ ଶଙ୍ଖାର ଦାମ୍ ନ ନେଇ ଫେରି ଯାଇଥିଲା ଶଙ୍ଖାରିବୁଢ଼ା । ବୋହୂଟିକୁ ଦେଖିବାର ଲୋଭ ପାଇଁ ବାରମ୍ବାର ସେ ଆସେ, ଆଉ ବୋହୂକୁ ଦେଖି ତାର ଏକଲା ଜୀବନ ଭରପୂର ଆନନ୍ଦ ପାଇଯାଏ । ଭୀଷଣ ଅସୁସ୍ଥତା ବଶତଃ ଦୀର୍ଘ ଦୁଇମାସ ଆସିପାରେନି ଶଙ୍ଖା ବିକି; ଏହି ଦୁଇମାସରେ ବୋହୂର ଚିତ୍ର ପ୍ରତିମାଟି ପ୍ରତିମୁହୂର୍ତ୍ତରେ ଆସମାନତାରା ଶଙ୍ଖାକୁ ସ୍ମରଣ କରାଇ ଦେଉଥାଏ । ସାମାନ୍ୟ ସୁସ୍ଥ ହେବା ପରେ ନିଜର ଷାଠିଏ ବର୍ଷର କାରିଗରୀ ମନ ନେଇ ତିଆରି କରେ ଆସମାନତାରା ଶଙ୍ଖା । ପହିଲି ରଜ ଦିନ ଦୁର୍ବଳ ଶରୀର ନେଇ ବୋହୂମା’ ପାଖରେ ପହଞ୍ଚେ ତା କୋମଳ ହାତରେ ପିନ୍ଧାଇ ଦେବାକୁ ଆସମାନତାରା ଶଙ୍ଖା । ଶଙ୍ଖାରି ବୁଢ଼ା ସେଠାରେ ପହଞ୍ଚି କ’ଣ ଦେଖେ? ବୋହୂ ସାଆନ୍ତାଣୀଙ୍କ ହାତରେ ତାର ଦୀର୍ଘଦିନର ଶ୍ରଦ୍ଧାର ପରିଶ୍ରମର ଫଳ ଆସମାନତାରା ଶଙ୍ଖା କ’ଣ ପିନ୍ଧେଇ ପାରେ କି ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଶୁଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତ ବିରଚିତ ‘ବୁଢ଼ାଶଙ୍ଖାରି’ ଗଳ୍ପ ।

Comments

Rating*

Your email address will not be published. Required fields are marked *